ନମସ୍କାର ବନ୍ଧୁଗଣ 4 ଜୁଲାଇରୁ ଆରମ୍ଭ ହୋଇସାରିଛି ପବିତ୍ର ଶ୍ରାବଣ ମାସ । ଭଗବାନ ଶିବ ପୃଥିବୀ ପୃଷକୁ ବିରାଜମାନ କରିସାରିଛନ୍ତି ଏହି ଶ୍ରାବଣ ମାସରେ । ଏହି ମାସର ସମାପ୍ତି 31 ଅଗଷ୍ଟ ରେ ହେବ । କୁହାଯାଏ ଏହି ମାସରେ ଯିଏ ବି ମହାଦେବଙ୍କର ସଚ୍ଚା ହୃଦୟରେ ବିଧି ବିଧାନରେ ପୂଜା କରିଥାଏ ଭଗବାନ ଶିବ ତାଙ୍କର ସବୁ ଇଚ୍ଛା ପୂର୍ଣ୍ଣ କରିଥାନ୍ତି । କୌଣସି ବ୍ୟକ୍ତି ଶ୍ରାବଣର କୌଣସି ସୋମବାର ଦିନ ଶିବଲିଙ୍ଗରୁ ଏହି 1 ଗୁପ୍ତ ଜିନିଷ ଉଠାଇ ଆଣି ଘରେ ସ୍ଥାପିତ କରିଥାଏ ସେହି ବ୍ଯକ୍ତିର ଘରେ କେବେ ଧନ ଦୌଲତର ଅଭାବ ହୁଏ ନାହିଁ । ଆସନ୍ତୁ ଜାଣିବା ସେହି ଗୁପ୍ତ ଜିନିଷ ବିଷୟରେ ।
ପବିତ୍ର ଶ୍ରାବଣ ମାସରେ ଶିବଲିଙ୍ଗ ରୁ ଏହି ଗୋଟେ ଗୁପ୍ତ ଜିନିଷ ଉଠାଇ ଆଣି ଘରେ ସ୍ଥାପନ କରିଲେ ଆପଣଙ୍କର ଯାହା ବି ମନୋକାମନା ରହିଛି ତାହା ନିଶ୍ଚୟ ପୂରଣ ହେବ । ଯେମିତିକି ଲମ୍ବା ସମୟରୁ ଆପଣ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଚାକିରି ନିଶ୍ଚିନ୍ତ ହେବ । ବନ୍ଦ ପଡିଥିବା ବ୍ୟାପାର ଚାଲୁ ହେବାରେ ଲାଗିବ । ଆପଣଙ୍କ ଜୀବନରେ ଧନ ଆସିବା ଆରମ୍ଭ ହୋଇଯିବ । କରଜ ରୁ ମୁକ୍ତି ପାଇବେ । ଭଗବାନ ଶିବ କାହାକୁ ଆଶୀର୍ବାଦ ଦେଲେ ସେହି ବ୍ୟକ୍ତଯୀର ସାକ୍ଷାତ କାଳ ବି କ୍ଷତି କରିପାରେ ନାହିଁ ।
- ଯଦି ଆପଣ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ଓ ଜଲ୍ଦି ଚାକିରି ପାଇବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଟି କରନ୍ତୁ । ଶ୍ରାବଣର ଦ୍ଵିତୀୟ ସୋମବାରରେ ପ୍ରାତଃ ଉଠି ସ୍ନାନ କରି କାଚ ବୋତଲରେ ଗୋଲମରୀଚ ନିଅନ୍ତୁ । ଏହାପରେ ଲୋଟାରେ ଜଳ ନେଇ ଗଙ୍ଗାଜଳ ନିଅନ୍ତୁ । ଶିବ ମନ୍ଦିରକୁ ଯାଇ ପୂର୍ବର ଦିଗକୁ ମୁଖ କରି ପାଣି ଅର୍ପଣ କରନ୍ତୁ । ଏହାପରେ ଶିବଲିଙ୍ଗରେ ଗୋଲମରୀଚକୁ ଛୁଆଁଇ ଆଣି ନେଇ ଆସନ୍ତୁ ।
- ଶ୍ରାବଣ ମାସରେ କୌଣସି ସୋମବାର ଦିନ ରୁଦ୍ରାକ୍ଷ ମାଳା ନେଇ ଶିବ ମନ୍ଦିରକୁ ଯାଆନ୍ତୁ । ତାପରେ କଞ୍ଚା କ୍ଷୀର ରେ ଅଭିଷେକ କରାଇ ରୁଦ୍ରାକ୍ଷ ମାଳାକୁ ଶିବଲିଙ୍ଗରେ ଚଢାଇ ଦିଅନ୍ତୁ । ଏହାଦ୍ବାରା ମହାଦେବଙ୍କ ଅସିମ କୃପା ପ୍ରାପ୍ତ ହେବ ।
- ଯଦି ଅଧିକ ଦିନ ହେବ ଆପଣ କରଜରେ ବୁଡି ରହିଛନ୍ତି ଓ ତାହା ସୁଝିପାରୁ ନାହାନ୍ତି ଏବେ ଶ୍ରାବଣର କୌଣସି ସୋମବାରରେ ଶିବ ମନ୍ଦିରକୁ ଯାଇ ଡମୁରୁ କୁ ଛୁଆଁଇ ଆଣି ପୂଜା ଘରେ ରଖନ୍ତୁ । ଡମୁରୁ କୁ ପୂଜା କରନ୍ତୁ । ଦେଖିବେ ଜୀବନରେ ଧନ ଆସିବା ଆରମ୍ଭ ହୋଇଯିବ ।
- ଶ୍ରାବଣ ସୋମବାରରେ ଶିବଲିଙ୍ଗରେ ଦୁବ ଘାସ ଆଣିବା ଦ୍ଵାରା ଶୁଭ ଫଳ ମିଳିଥାଏ