ଦୀର୍ଘ 19 ବର୍ଷ ପରେ ପଡୁଛି ଯୋଡ଼ା ଶ୍ରାବଣ, କାହିଁକି ରହିବେ ସାବଧାନ, କେଉଁ ସବୁ କାମ କରିବା ନିଶେଷ ଅଟେ

ଶ୍ରାବଣ ମାସ ହେଉଛି ଧର୍ମର ମାସ। ଏହି ମାସର ବିଶେଷତ୍ଵ ସମ୍ବନ୍ଧରେ ରୁକ୍ ବେଦରେ ଉଲ୍ଲେଖ କରାଯାଇଛି । ଏହି ମାସରେ ବ୍ୟକ୍ତି ଯଦି ପୂର୍ଣ୍ ଶ୍ରଦ୍ଧାରେ ଭଗବାନ ଶଙ୍କର ଓ ମାତା ପାର୍ବତୀଙ୍କୁ ପୂଜା କରନ୍ତି ତେବେ ସେହିବ୍ୟକ୍ତିର ସବୁମନସ୍କାମନା ପୂରଣ ହୋଇଥାଏ । ତେଣୁ ହିନ୍ଦୁଶାସ୍ତ୍ରରେ ଏହି ମାସର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । କୁହାଯାଏ ଯେ ମାତା ପାର୍ବତୀ ମହାପ୍ରଭୁ ଶିବଙ୍କୁ ପାଇବା ପାଇଁ କଠୋର ତପସ୍ୟା କରିଥିଲେ ଓ ଏହା ମଧ୍ୟ କୁହାଯାଏ ଯେ ଏହି ମାସରେ ମହାପ୍ରଭୁ ଶିବ ଓ ମାତ୍ର ପାର୍ବତୀ ଭୂଲୋକ ଭ୍ରମଣ କରନ୍ତି ଓ ଭକ୍ତମାନଙ୍କୁ ଆର୍ଶୀବାଦ କରିଥାନ୍ତି । ଚଳିତ ମାସର ଶ୍ରାବଣ ମାସ ଜୁଲାଇ 4 ରୁ ଆରମ୍ଭ ହେଉଛି । ଏହି ମାସର ଶ୍ରାବଣ ମାସର ବିଶେଷ ମହତ୍ଵ ରହିଛି । କାରଣ ଏହି ବର୍ଷ 19 ବର୍ଷ ପରେ ଜୋଡା ଶ୍ରାବଣ ମାସ ପଡୁଛି ।

ଆପଣମାନେ ଜାଣିଛନ୍ତି କି ଯୋଡା ଶ୍ରାବଣ କଣ ଏବଂ ଏହା ଶୁଭ ନ ଶୁଭ ଆସନ୍ତୁ ଜାଣିବା । ଯୋଡା ଶ୍ରାବଣରେ ଗୋଟିଏ ମଳ ଓ ଆଉ ଗୋଟେ ଶୁଦ୍ଧ ଶ୍ରାବଣ ହୋଇଥାଏ । ଏହି ଶ୍ରାବଣ ମାସ ଜୁଲାଇ 6 ରୁ ଆରମ୍ଭ କରି ଅଗଷ୍ଟ 31 ରେ ଶେଷ ହେବ । ଏହି ଯୋଡା ମାସର ପ୍ରଥମ କୃଷ୍ଣ ପକ୍ଷ ଇ ଶେଷ ଶୁକ୍ଳ ପକ୍ଷ ହେଉଛି ଶୁଦ୍ଧ ଶ୍ରାବଣ ମାସ । ଏହି ବିଧିରେ ଦ୍ଵିତୀୟ କୃଷ୍ଣ ପକ୍ଷ ଓ ଦ୍ଵିତୀୟ ଶୁକ୍ଳ ପକ୍ଷ ହେଉଛି ମଳ ଶ୍ରାବଣ ମାସ । ଏହି ଜୋଡା ଶ୍ରାବଣ ମାସକୁ ଅତ୍ୟନ୍ତ ଶୁଭ ମନ ଯାଇଥାଏ ଓ ଶ୍ରାବଣ ମାସର ପ୍ରଥମ 15 ଦିନ ଓ ଶେଷ 15 ଦିନ ଆପଣ ଶିବଲିଙ୍ଗକୁ ଜଳା ଅଭିଷେକ କରିପାରିବେ । ଏହି ଶ୍ରାବଣ ମାସରେ ଆଠ ଟି ସୋମବାର ପଡୁଅଛି ଆପଣ ଏହି ବାରରେ ଯଦି ଭଗବନ ଶିବଙ୍କୁ ଅରଖ ଫୁଲ ଅର୍ପଣ କରନ୍ତି । ତେବେ ମହାପ୍ରଭୁଙ୍କ ଅପର କୃପା ଲାଭ କରିପାରିବେ ।

ଶ୍ରାବଣମାସରେ କାଉଡିଆମାନେ ବୋଲବମ୍ ଧରି ଯାତ୍ରା କରିଥାନ୍ତି । ଶ୍ରାବଣ ମାସରେ ଭୁଲରେ ବି ଆମିଷ ଭୋଜନ କରିବେ ନାହିଁ ନଚେତ୍ ମହାପ୍ରଭୁ କ୍ରୋଧିତ ହୋଇଥାନ୍ତି । ଯାହାଫଳରେ ଆପଣଙ୍କ ଅନିଷ୍ଟ ଘଟିବାର ସମ୍ଭାବନା ରହିଥାଏ । ଶ୍ରାବଣ ମାସରେ ପିଆଜ ରସୁଣ ଖାଇବା ନିଷେଧ ହୋଇଥାଏ କାରଣ ଏହାକୁ ଆମିଷ ସହ ସମାନ ମାନା ଯାଇଥାଏ । ଶ୍ରାବଣ ମାସରେ ଛୁଟି ଦାଢି ଆଦି କାଟିବା ମହାପାପ ସହ ସମାନ ହୋଇଥାଏ । ଶ୍ରାବଣ ମାସ ଶିବଙ୍କ ମାସ ହୋଇଥିବା ହେତୁ ଏହି ମାସରେ ଶରୀରରେ ତେଲ ଲଗେଇବା ନିଷେଧ ହୋଇଥାଏ । ଏହି ମାସରେ ବୈବାହିକ ସମ୍ପର୍କ ରଖିବା ଅନୁଚିତ୍ ହୋଇଥାଏ । ଯଦି କିଏ ଏସବୁକୁ ନିଲମ୍ବିତ କରିଥାଏ । ତେବେ ମହାପ୍ରଭୁଙ୍କ କୋପ ତା ଉପରେ ପଡିଥାଏ ତେଣୁ ଏହି ମାସରେ ଏସବୁ ଭୁଲ କଦାପି କରନ୍ତୁ ନାହିଁ

Leave a Reply

Your email address will not be published. Required fields are marked *