Sawan Masa : ଶ୍ରାବଣ ମାସର ଦ୍ଵିତୀୟ ସୋମବାର,ରୁହନ୍ତୁ ସାବଧାନ

ମଣିଷ ଜୀବନରେ କିଛି ନା କିଛି ସମସ୍ଯା ଲାଗି ରହିଥାଏ । କିନ୍ତୁ କେବେ ବି ହାର ମାନିବା ଉଚିତ ନୁହେଁ । ଯେତେ ବି ସମସ୍ଯା ଆସିଲେ ତାର ସାମ୍ନା କରିବା ଉଚିତ । ତା ହେଲେ ମନୁଷ୍ୟ ଜୀବନରେ ସଫଳତା ପାଇ ପାରିବ । ଜୀବନରେ ଯେତେ ବଡ ସମସ୍ଯା ଆସିଲେ ବି ନିଜ ଲୋକଙ୍କର ସାଥ ରହିବା ନିହାତି ଜରୁରୀ ଅଟେ । ଯଦି କେହି ନିଜର ସାଥିରେ ଥିବେ ତେବେ ଦୁଖ ଠିକେ ତାହା ବଢି ଯାଏ ଆଉ ଦୁଃଖ ଥିଲେ ତାହା ବାଣ୍ଟି ହୋଇଯାଏ ବା କମ ହୋଇଯାଏ ।

ନିଜର ଲୋକଙ୍କ ସହ ସମୟ କେମିତି କଟିଯାଏ ତାହା କେବେ ବି ବୁଝା ପଡେ ନାହିଁ । ଆଜି ଆମେ ଜାଣିବା ମଣିଷ ଜୀବନରେ ପ୍ରକୃତ ସାଥି କିଏ ଯିଏ ସାରା ଜୀବନ ତାର ସବୁ ସୁଖ ଦୁଃଖ ର ରେ ସାଥ ଦେଉଥିବ । କିନ୍ତୁ କଣ କେବେ ଆପଣ ଭାବି ଛନ୍ତି କି ଆପଣଙ୍କୁ ଏମିତି ଏକ ଜାଗାକୁ ପଠାଯିବ ଯେଉଁଠି ଆପଣଙ୍କର କେହି ବି ନ ଥିବେ ଯେଉଁଠି କେହି ସମ୍ପର୍କୀୟ ବା କେହି ବନ୍ଧୁ ନ ଥିବ ତେବେ କଣ ହେବ ?

ସେଠାରେ ଗୋଟେ ଗୋଟେ ମୂହୁର୍ତ୍ତ ବିତାଇବା ବହୁତ କଷ୍ଟକର ହୋଇ ପଡିବ । ଆଉ ଏମିତି ସେତେ ବେଳେ ଯାଏଁ ହେବ ଯେବେ ଯାଏଁ ଆପଣ ଯେଉଁ ନୂଆ ଜାଗାକୁ ଯାଇଥିବେ ସେଠାରେ କାହାକୁ ନିଜର ନ କରିବେ କିମ୍ବା କାହାକୁ ଆପଣାର ନ କରିବେ । କିନ୍ତୁ ଏଠାରେ ପ୍ରଶ୍ନ ଆସିଥାଏ ମନ କୁ ଆପଣଙ୍କର ନିଜର ଲୋକ ସେହି ଅଜଣା ସ୍ଥାନରେ କିଏ ହେବ ?

ସେହି ଲୋକ କି ଯେଉଁ ମାନଙ୍କ ସହ ଆପଣଙ୍କର ରକ୍ତ ର ସମ୍ପର୍କ ଅଛି ନା ବନ୍ଧୁ ମାନେ ଯାହାଙ୍କ ସହ ଆପଣ ପିଲା ଦିନରୁ ବଡ ହୋଇଛନ୍ତି ନା ସେହି ସାଥି ମାନେ ଯାହାଙ୍କ ସହ ଆପଣ କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେହି ବି ନିଜର ନୁହେଁ । ନିଜର ସିଏ ହୋଇଥାଏ ଯିଏ ବିପଦରେ ସାହାର୍ଯ୍ୟ କରିଥାଏ । ନିଜ ଲୋକଙ୍କର ପରିଚୟ ସମୟ ଆସିଲେ ଜଣା ପଡିଥାଏ ।

ମନେ ରଖନ୍ତୁ ନିଜ ଲୋକଙ୍କ ସହ ସମୟ କେମିତି ବ୍ଯତୀତ ହୋଇଯାଏ ତାହା ଜଣା ପଡେ ନାହିଁ । କିନ୍ତୁ ସମୟ ସହ ନିଜ ଲୋକ ଙ୍କୁ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ । ନିଜ ଲୋକଙ୍କୁ ହୃଦୟ ରୁ ସମ୍ମାନ କରିବା ଉଚିତ । ନିଜ ଲୋକ ଙ୍କୁ ଚିହ୍ନି ବାକୁ ହେଲେ ସମୟ ର ଆବଶ୍ୟକତା ପଡିଥାଏ । ଯେଉଁ ମଣିଷ ବିପଦ ସମୟରେ ସାଥ ଦେଇଥାଏ ସେ ହିଁ ପ୍ରକୃତ ସାଥି ହୋଇଥାଏ । ଏମିତି ମଣିଷ କୁ କେବେ ବି ଜୀବନରେ ଭୁଲିବା ଉଚିତ ନୁହେଁ

Leave a Reply

Your email address will not be published. Required fields are marked *